Search
ଏଇତ ଜୀବନ...
Updated: Sep 28, 2025
ଭାଗ୍ୟ ତ ଖେଳୁଛି ଲୁଚକାଳି ଖେଳ
ସମୟ କୁ କରି ସାଥୀ
କର୍ମ କରିଚାଲ ନିସ୍ବାର୍ଥ ମନ ରେ
ଦୁଃଖ ର ଘଟିବ ଇତି
ସ୍ବାର୍ଥପର ଏଇ ଦୁନିଆ ଭିତରେ
ମଣିଷ ପଣିଆଁ ଲୋଡ଼ା
ପେଟର ଭୋକକୁ ଚିହ୍ନିବା ଲୋକଟି
ମଣିଷି ଭିତରେ ଗଢ଼ା
ମାଟିର ଶରୀର ମାଟିରେ ମିଶିବ
ମିଛେ କର ଅଭିମାନ
ସୁ-କର୍ମ ବଳରେ ବଳିଆନ ହେବ
କୁ–କର୍ମେ ହୋଇବ ଲୀନ ।।
ଛାଡ଼ି ଇର୍ଷା ଭାବ କାମନା ଲାଳସା
ବଦଳାଇ ନିଜ ମତି
ଦେଇ ସ୍ନେହ ଶ୍ରଦ୍ଧା ଢ଼ାଳ ପ୍ରେମ ବର୍ଷା
ନିଶ୍ଚୟ ଲଭିବ ଶାନ୍ତି।
ମାନବ ଜୀବନ ଦୁଃର୍ଲଭ ଜୀବନ
କରନାହିଁ ଅପଚୟ
ଦୁଃଖୀର ଦୁଃଖରେ ସୁଖ ଭରିଦିଅ
ସଂସାରେ ହୋଇବ ଜୟ।।
ଲେଖିକା : ବିଶ୍ୱରୂପା ସ୍ୱାଇଁ
ଠିକଣା : ନୂଆଗାଁ, ଜଗତସିଂହପୁର
Recent Posts
See All1 Comment
Rated 0 out of 5 stars.
No ratings yet



Beautiful